ବିଜେଡିର ୨୫ ବର୍ଷ ପୂର୍ତ୍ତି: ବୃକ୍ଷରୋପଣ କଲା ବିଜୁ ମହିଳା ଜନତା ଦଳ

You are currently viewing ବିଜେଡିର ୨୫ ବର୍ଷ ପୂର୍ତ୍ତି: ବୃକ୍ଷରୋପଣ କଲା ବିଜୁ ମହିଳା ଜନତା ଦଳ

ଅନୁଗୁଳ: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ରବିବାର ୪ ଟି ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ୱାର୍ଡ ନଂ ୧ ପିଟିସି ଉଚ୍ଚ ବିଦ୍ୟାଳୟ, ୱାର୍ଡ ନଂ ୨୩ ମହିଳା ମହାବିଦ୍ୟାଳୟ, ୱାର୍ଡ ନଂ ୮ ହୁଲିରିସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୱାର୍ଡ ନଂ ୧୩ ପୌରପାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏହି ବୃକ୍ଷରୋପଣ କରାଯାଇଛି।

ନଗର ମହିଳା ସଭାପତି ମାଳିନୀ ସରଙ୍କ ନେତୃତ୍ୱ ଓ ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଜିଲ୍ଲା ମହିଳା ଜନତା ଦଳ ସଭାପତି ବିଦ୍ୟୁତଲତା ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, କାଉନସିଲର ସୁକାନ୍ତି ଦାସ, ସୂର୍ଯ୍ୟସ୍ନାତା ସାହୁ, ଟୁନି ପ୍ରଧାନ, ମଂଜୁଲତା ଦେହୁରୀ, ସଦା ପଣ୍ଡା, ରଞ୍ଜିତ ମାଣ୍ଡୋଠିଆ, ବଳରାମ ଜେନା, ଅଜିତ ଦ୍ବିବେଦୀ, ରିତା ସିଂହ, ଅପର୍ଣ୍ଣା ରଥ, ବିଶ୍ୱରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply