ଅନୁଗୁଳ ଜିଲ୍ଲା ସିନିୟର କ୍ରିକେଟ ଦଳ ଚୟନ ନିମନ୍ତେ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କେଉଁ ଦସ୍ତାବିଜ ଆବଶ୍ୟକ

You are currently viewing ଅନୁଗୁଳ ଜିଲ୍ଲା ସିନିୟର କ୍ରିକେଟ ଦଳ ଚୟନ ନିମନ୍ତେ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କେଉଁ ଦସ୍ତାବିଜ ଆବଶ୍ୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟ୍ରା-କ୍ଲବ କ୍ରିକେଟ ପ୍ରତିଯୋଗିତା ପାଇଁ ସିନିୟର ଦଳ(୧୯ ବର୍ଷରୁ ଅଧିକ ଓ ୩୦ ବର୍ଷରୁ କମ) ଚୟନ ନିମନ୍ତେ ଖେଳାଳି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୯ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଦମ ପଡିଆଠାରେ ସଂଘର ନିଜସ୍ବ କାର୍ଯ୍ୟାଳୟରେ ହେବ। ନାମାଙ୍କନ ନିମନ୍ତେ ଅସଲି ଡିଜିଟାଲ ଜନ୍ମଗତ ପ୍ରମାଣ ପତ୍ର ଓ ଆଧାର କାର୍ଡ ଆବଶ୍ୟକ। ଏହି ପଞ୍ଜିକରଣ ପ୍ରକ୍ରିୟା ସକାଳ ୯.୩୦ରୁ ୧୨.୩୦ ଓ ଅପରାହ୍ନ ୨.୦୦ ରୁ ୫.୦୦ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘର ସାଧାରଣ ସମ୍ପାଦକ ସାଗରନାଥ ମିଶ୍ର ପ୍ରକାଶ କରିଛନ୍ତି।

Share

Leave a Reply