ଅନୁଗୁଳ: ଅନୁଗୁଳ ଟାଉନ ହଲରେ ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠତି ହୋଇଛି। ସୂଚନା ମୁତାବକ, ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ପାଇଁ ପ୍ରଥମେ ଟାଉନ୍ ହଲ୍ ଠାରୁ କିନ୍ନରମାନେ କଳସ ଧରି ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ହୁଲୁରିସିଂହା ସ୍ଥିତ ଲିଙ୍ଗରା ନାଳ ଠାରେ ପହଞ୍ଚିଥିଲା। ସେଠାରୁ କଳସ ଯାତ୍ରା ଆରମ୍ଭ ହୋଇ ବଜାର ପରିକ୍ରମା କରି ପୁଣି ସେହି ଟାଉନ ହଲ ପହଞ୍ଚି ଥିଲେ। ପରେ ବାହୁଚାରୀ ମାତାଙ୍କ ପୂଜା ଆରମ୍ଭ ହୋଇଥିଲା। ଏହି ପୂଜାରେ ଅନୁଗୁଳ ଜିଲ୍ଲା ତଥା ବାହାରୁ କିନ୍ନରମାନେ ଯୋଗ ଦେଇଥିଲେ। ଏହି ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଦୁଇ ଦିନ ଧରି ଚାଲିବ ବୋଲି କିନ୍ନର ଭାନୁପ୍ରିୟା ଏବଂ କିନ୍ନର ପ୍ରିୟା ସୂଚନା ଦେଇଛନ୍ତି।
ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଆରମ୍ଭ, ଦୁଇ ଦିନ ଧରି ଟାଉନ୍ ହଲରେ ଚାଲିବ ପୂଜା ପାଠ
- Post published:January 28, 2023
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul