ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଆୟୋଜିତ, ଯୋଗ ଦେଲେ ସାଂସଦ ଓ ବିଧାୟକ

You are currently viewing ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଆୟୋଜିତ, ଯୋଗ ଦେଲେ ସାଂସଦ ଓ ବିଧାୟକ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଯୋଗ ଦେଇଥିଲେ। ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲେ। ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅତିଥିମାନେ ପିଏମ ଶ୍ରୀ ବିଦ୍ୟାଳୟର ଯୋଜନା ବିଷୟରେ ଆଲୋକପାତ କରିଥିଲେ।

ଶେଷରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଆକାଂକ୍ଷୀ ମେଳା, ଆକାଂକ୍ଷା ଛାତ୍ରପରିଷଦ (ଜିଜ୍ଞାସା, କୌଶଲୀ, କ୍ରୀଡ଼ାଙ୍ଗନ ଓ ସାହିତ୍ୟ ସୃଜନୀ )ଓ ଦୋକାନ ମେଳା ଆଦି ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ କର୍ତ୍ତୃପକ୍ଷ ସହଯୋଗ କରିଥିଲେ।

Share

Leave a Reply