ପୁଣି ବଧୂ ନିର୍ଯାତନା! ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ

0

 

ଅନୁଗୁଳ: ପୁଣି ଅନୁଗୁଳ ଜିଲ୍ଲାର ବଧୂ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଠାକୁରଗଡ଼ ଗ୍ରାମର ସୁବାସିନୀ ନାୟକଙ୍କୁ ତାଙ୍କ ସ୍ୱାମୀ କାର୍ତ୍ତିକ ନାୟକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ବୁଧବାର ସୁବାସିନୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୨୩୧/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ସୁବାସିନୀ ଘରେ ଥିବା ବେଳେ କୌଣସି କାରଣ ନ ଥାଇ କାର୍ତ୍ତିକ ତାଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିଲେ। ସେ ତାଙ୍କ ଏକ ଛୋଟ ଛୁଆକୁ ନେଇ ଘର ବାହାରେ ଠିଆ ହୋଇଥିବା ବେଳେ ମଧ୍ୟ ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ପତ୍ରରେ ଉଲେଖ କରାଯାଇଛି।

Leave A Reply

Your email address will not be published.

error: Content is protected !!