ବାଡ଼ିରେ ପଶି ଗାଈ ଖାଇବାରୁ ମହିଳାକୁ ଆକ୍ରମଣ, ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

0

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗାଁରେ ବାଡ଼ିରେ ଗାଈ ପଶିବାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଲେ ସରୋଜିନୀ ଭୁକ୍ତା।

ସରୋଜିନୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଈ ଓ ବାଛୁରୀ ପଘା ଛିଣ୍ଡାଇ ପଳାଇ ଗାଁର ମୃତ୍ୟୁଞ୍ଜୟ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିଥିଲା। ସରୋଜିନୀ ଘରକୁ ଫେରିବା ପରେ ଏ ନେଇ ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଜମି ମାଲିକ ସରୋଜିନୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଗୋରୁ ଯାହା କ୍ଷତି କରିଛନ୍ତି ତାହା ଦେବେ ବୋଲି ସରୋଜିନୀ କହିଥିଲେ ମଧ୍ୟ ମୃତ୍ୟୁଞ୍ଜୟ ତାଙ୍କୁ ଆକ୍ରମଣ କରିଥିଲେ। ସରୋଜିନୀ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକୁ ତିନିଦିନ ବିତିଥିଲେ ମଧ୍ୟ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସରୋଜିନୀ ରବିବାର ଦ୍ବିତୀୟ ଥର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.

error: Content is protected !!