ସାଇବର ଅପରାଧୀଙ୍କୁ ମାତ୍ ଦେବ ଅନୁଗୁଳ ପୋଲିସ: ଅଧିକାରୀଙ୍କୁ ମିଳିଲା ଦୁଇ ଦିନିଆ ସ୍ୱତନ୍ତ୍ର ତାଲିମ

You are currently viewing ସାଇବର ଅପରାଧୀଙ୍କୁ ମାତ୍ ଦେବ ଅନୁଗୁଳ ପୋଲିସ: ଅଧିକାରୀଙ୍କୁ ମିଳିଲା ଦୁଇ ଦିନିଆ ସ୍ୱତନ୍ତ୍ର ତାଲିମ

ଅନୁଗୁଳ: ବର୍ତ୍ତମାନର ସମୟରେ ବଢୁଥିବା ଜଟିଳ ସାଇବର ଅପରାଧର ମୁକାବିଲା କରିବା ପାଇଁ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ମାର୍ଚ୍ଚ ୧୩ ଓ ୧୪ ତାରିଖରେ ଅଧିକାରୀମାନଙ୍କ ପାଇଁ ଏକ ଦୁଇ ଦିନିଆ ସ୍ୱତନ୍ତ୍ର ସାଇବର ଅପରାଧ ତଦନ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ସାଇବର ସୁରକ୍ଷା ବିଶେଷଜ୍ଞ ମୁକେଶ ଚୌଧୁରୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଅଧିକାରୀମାନଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଛନ୍ତି।

ଏହି ତାଲିମ ଶିବିରରେ ବିଶେଷ କରି ସୋସିଆଲ ମିଡିଆ ମାଧ୍ୟମରେ ହେଉଥିବା ଅପରାଧର ତଦନ୍ତ, ଡିଜିଟାଲ ବା ଇଲେକ୍ଟ୍ରୋନିକ ପ୍ରମାଣ ସଂଗ୍ରହ, IPDR ବିଶ୍ଳେଷଣ, ଆର୍ଥିକ ସାଇବର ଠକେଇ ଏବଂ ବର୍ତ୍ତମାନର ବହୁଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ସମ୍ବନ୍ଧୀୟ ଅପରାଧ ଗୁଡ଼ିକର ରହସ୍ୟ ଉନ୍ମୋଚନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କନେଷ୍ଟବଳଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି। ଏହି ତାଲିମ ମାଧ୍ୟମରେ ଜିଲ୍ଲା ପୋଲିସର କ୍ଷମତା ବୃଦ୍ଧି ପାଇବା ସହ ଆଗାମୀ ଦିନରେ ଉଦୀୟମାନ ସାଇବର ବିପଦର ସଫଳ ମୁକାବିଲା କରାଯାଇପାରିବ ବୋଲି ଆଶା କରାଯାଉଛି।

Share

Leave a Reply