ବାଲ୍ୟ ବିବାହ ବେଳେ ମାଡ଼ି ବସିଲା ପୋଲିସ, ନାବାଳିକା ଉଦ୍ଧାର

You are currently viewing ବାଲ୍ୟ ବିବାହ ବେଳେ ମାଡ଼ି ବସିଲା ପୋଲିସ, ନାବାଳିକା ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମ ମନ୍ଦିରରେ ବିବାହ ହୋଇଥିବା ଜଣେ ନାବାଳିକାକୁ ପୋଲିସ ପ୍ରଶାସନ ଉଦ୍ଧାର କରି ଶିଶୁ ମଙ୍ଗଳ କେନ୍ଦ୍ର ଜିମା ଦେଇଛି।

ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ପଞ୍ଚାୟତ ନୂଆମୌଜ ଗ୍ରାମର ଜଣେ ନାବାଳିକାଙ୍କ ବିବାହ ଝିଣ୍ଟପାଳ ଗ୍ରାମର ଲିପୁ ଜେନାଙ୍କ ସହ ଗତ ୧୮ତାରିଖରେ ମନ୍ଦିରରେ ହୋଇଥିଲା। ନାବାଳିକାର ବିବାହ ହେଉଥିବା ଖବର ପାଇ ପୋଲିସ ଚଢ଼ଉ କରି ଝିଅକୁ ତା’ ମାମୁଁ ଘରୁ ଉଦ୍ଧାର କରିଥିଲା। ପୋଲିସଙ୍କ ସହାୟତାରେ ଅନୁଗୁଳ ଚାଇଲଡ ଲାଇନ କାର୍ଯ୍ୟକର୍ତ୍ତା, ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମିଶନଶକ୍ତି ସଭ୍ୟା,ଆସେଟ ଟୁ ଜଷ୍ଟିସ କାର୍ଯ୍ୟକର୍ତ୍ତା ଉଦ୍ଧାରରେ ସହଯୋଗ କରିଥିଲେ।

Share

Leave a Reply