ଅସାରାଏ ବର୍ଷାରେ ବେହାଲ ତାଳଚେର ବାଇପାସ୍‌: ରାସ୍ତାରେ ଟହଲ ମାରୁଛି ପାଣି

You are currently viewing ଅସାରାଏ ବର୍ଷାରେ ବେହାଲ ତାଳଚେର ବାଇପାସ୍‌: ରାସ୍ତାରେ ଟହଲ ମାରୁଛି ପାଣି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ଶନିବାର ଅସାରାଏ ବର୍ଷା ଫଳରେ ବାଇପାସ୍ ରାସ୍ତା ଜଳମଗ୍ନ ହୋଇ ବଜାର ଓ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା। ଦିନ ୧୨ଟା ସମୟରେ ବର୍ଷା ଓ ଡ଼୍ରେନ୍ ଜାମ ହେବାରୁ ବାଇପାସ୍ ରାସ୍ତାର ଉଭୟ ପାଶ୍ୱର୍ରେ ପଚାଷଢ଼ା ପାଣି ସୂଅ ଛୁଟି ପଥଚାରୀ, ସାଇକେଲ ଓ ମଟରସାଇକେଲ ଚାଳକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା। 

ଏହି ମୁଖ୍ୟ ରାସ୍ତାରେ ପାଣି ଜମି କୁତ୍ରିମ ହ୍ରଦ ସୃଷ୍ଟି ହେବା ସହ ଟ୍ରାଫିକ ଛକ ଓ ୟୁକୋ ବ୍ୟାଙ୍କ ସମ୍ମୁଖ ରାସ୍ତା ବେହାଲ ହୋଇପଡ଼ିଥିଲା। ଅଞ୍ଚଳବାସୀ ଓ ବ୍ୟବସାୟୀମାନେ ବର୍ଷାଜଳ ନିଷ୍କାସନ ପାଇଁ ଅଭିଯୋଗ କରୁଥିବା ବେଳେ ପୌରପରିଷଦ ଓ ପ୍ରଶାସନ ଏ ଦିଗରେ ଉଦାସୀନ ଥିବା ଅଭିଯୋଗ ହେଉଛି। ପରିମଳ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଯୋଗୁଁ ସମସ୍ୟା ଜାରି ରହିଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply