ଅନୁଗୁଳରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଗଲା ସଚେତନ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଗଲା ସଚେତନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ବାରା ପୋଷଣ ଅଭିଯାନ ଅନ୍ତର୍ଗତ ଷଷ୍ଠ ଜିଲ୍ଲାସ୍ତରୀୟ ପୋଷଣ ମାସ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏ ଅବସରରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଶତାଧିକ ମହିଳା ସ୍ଵୟଂ ସହାୟିକା ଦଳର ସଭ୍ୟମାନେ ପଦଯାତ୍ରା ଜିଲ୍ଲା ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ।
ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏଥିରେ ଜିଲ୍ଲାର ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପମାନଙ୍କ ଦ୍ବାରା ବିଭିନ୍ନ ପୁଷ୍ଟିକର ଖାଦ୍ୟ ପଦାର୍ଥ ପ୍ରସ୍ତୁତି କରାଯାଇ ସର୍ବସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ରଦର୍ଶନ କରାଯାଇଥିଲା।

ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ସୁପୋଷିତ ଭାରତ, ସ୍ବାକ୍ଷର ଭାରତ, ସଶକ୍ତ ଭାରତ ପରିକଳ୍ପନା ପାଇଁ ସମସ୍ତ ଅଂଶଗ୍ରହଣକାରୀ ମତାମତ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବାଲ୍ୟବିବାହ ନିଷେଧ ସଂଯୋଜକ (ଆକ୍ସନ ଏଡ) ସନ୍ତୋଷ କୁମାର ବେହେରା, ଜିଲ୍ଲା ମମତା ସଂଯୋଜକ ତାପଜ ପାଣି, ଜିଲ୍ଲା ସୁରକ୍ଷା ଅଧିକାରୀ ପୌର୍ଣ୍ଣମାସୀ ରଥ ଓ ଜିଲ୍ଲା ପୋଷଣ ସଂଯୋଜକ ବିଦ୍ୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply