ପ୍ରଦୀପ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆଠମଲ୍ଲିକକୁ ହରାଇ ଠାକୁରଗଡ଼ ଚାମ୍ପିୟନ

You are currently viewing ପ୍ରଦୀପ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆଠମଲ୍ଲିକକୁ ହରାଇ ଠାକୁରଗଡ଼ ଚାମ୍ପିୟନ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ଖେଳ ପଡିଆ ଠାରେ ଚାଲିଥିବା ପ୍ରଦୀପ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଆୟୋଜିତ ହୋଇଛି। ଫାଇନାଲ ମ୍ୟାଚରେ ଆଠମଲ୍ଲିକ କ୍ରିକେଟ କ୍ଲବକୁ ହରାଇ ଠାକୁରଗଡ଼ କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି। ପ୍ରଥମେ ଆଠମଲ୍ଲିକ ବ୍ୟାଟିଂ କରି ୧୦୮ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଠାକୁରଗଡ଼ ୧୦୯ ରନ କରି ଚାମ୍ପିୟନ ହୋଇଥିଲା। ବିଜୟୀ ଦଳର ଦୁଷ୍ମନ୍ତ ଭୋଇ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିବା ବେଳେ ଜିତେନ୍ଦ୍ର ଦେହୁରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବିଜେଡି ନେତା ନଳିନୀ କାନ୍ତ ପ୍ରଧାନଙ୍କ ସହ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, କିଶୋରନଗର ବ୍ଲକ ଅଧ୍ୟକ୍ଷା ଶୈରେନ୍ଦ୍ରି ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ସାହୁ, ବିଷ୍ଣୁପ୍ରିୟା ପ୍ରଧାନ, ଠାକୁରଗଡ଼ ସରପଞ୍ଚ ଚାରୁଲତା ମିଶ୍ର, ସମିତିସଭ୍ୟ ମନୋରଞ୍ଜନ ସାହୁ, ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ, ବିଜେଡି ନେତା ସନ୍ତୋଷ କୁମାର ପ୍ରଧାନ, ପ୍ରବୀଣ ସାହୁ, ବିପିନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply