ମୁଖ୍ୟମନ୍ତ୍ରୀ ଗସ୍ତ ନେଇ ସ୍ଥିତି ପରଖିଲେ ପ୍ରଣବ

You are currently viewing ମୁଖ୍ୟମନ୍ତ୍ରୀ ଗସ୍ତ ନେଇ  ସ୍ଥିତି ପରଖିଲେ ପ୍ରଣବ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବିଜେଡ଼ିର ସାଙ୍ଗଠନିକ ସଂପାଦକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଅନୁଗୁଳ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ସେ ଦଳୀୟ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଅପରାହ୍ଣରେ ପ୍ରଣବ ପ୍ରକାଶ ଦାଶ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ଅନୁଗୁଳ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଅନୁଗୁଳ ଷ୍ଟାଡିୟମରେ ହେବାକୁ ଥିବା ସଭାସ୍ଥଳ ପରିଦର୍ଶନ କରିବା ସହ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏହି ସମୟରେ ବିଜେଡ଼ିର ଦଳୀୟ କର୍ମକର୍ତ୍ତା, ବିଭିନ୍ନ  ସଂଗଠନର କର୍ମକର୍ତ୍ତାଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ରଜନୀକାନ୍ତ ସିଂହ, ବ୍ରଜକିଶୋର ପ୍ରଧାନ, ସୁଶାନ୍ତ ବେହେରା, ମୁକେଶ ପାଳ, ରମେଶ ସାଏ, ସମ୍ବଲପୁର ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply