ପ୍ରଜା ମହାସଂଘର ପ୍ରସ୍ତୁତି ବୈଠକ: ତାଳଚେର ସାର କାରଖାନାରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଦାବି

You are currently viewing ପ୍ରଜା ମହାସଂଘର ପ୍ରସ୍ତୁତି ବୈଠକ: ତାଳଚେର ସାର କାରଖାନାରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଦାବି

ତାଳଚେର: ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏଫ୍.ସି.ଆଇ. ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳର ୯୦ ଭାଗ ବେକାର ଯୁବକ ଯୁବତୀଙ୍କୁ ତାଳଚେର ସାର କାରଖାନାରେ ନିଯୁକ୍ତି ନେଇ ଆଲୋଚନା ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ଶିଳ୍ପ ସଂସ୍ଥା ଗୁଡିକରେ ସ୍ଥାନୀୟ ଅଞ୍ଚଳର ୯୦ ଭାଗ ଲୋକଙ୍କୁ ନିଯୁକ୍ତି ଦେବାର ନିୟମ ରହିଛି। କିନ୍ତୁ ଏଠାରେ କମ୍ପାନୀ ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ସାର କାରଖାନା କର୍ତ୍ତୃପକ୍ଷ ଯଦି ଏ ଦିଗରେ କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ସଂଘ ପକ୍ଷରୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ପ୍ରସ୍ତୁତି ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ତଥା ସଂପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ୍, କୁକୁଡାଙ୍ଗ ସରପଞ୍ଚ ପାରିଜାତ ସେଠୀ, ସମିତିସଭ୍ୟା ଗୀତାରାଣୀ ସେଠୀ, ମଞ୍ଜୁ ବେହେରା, ମଲିକା ବେହେରା, ସସ୍ମିତା ବେହେରା, ନିରଂଜନ ସାହୁ, ତୁଷାର କୁମାର ସାହୁ, ବିନୋଦ ଲାଲ୍, ଚନ୍ଦନ ନାଏକ, ସରୋଜ ପଟ୍ଟନାୟକ, ଆଶିଷ ନାଏକ, ଦିଲ୍ଲୀପ ସାହୁ, ସ୍ୱାଗତ ପୃଷ୍ଟି, ପଦ୍ମନାଭ ସାହୁ, ପ୍ରଭାତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply