ତାଳଚେର ମହୋତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ: ତିନିଦିନ ଯାକ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଉପରେ ଗୁରୁତ୍ୱାରୋପ

You are currently viewing ତାଳଚେର ମହୋତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ: ତିନିଦିନ ଯାକ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଉପରେ ଗୁରୁତ୍ୱାରୋପ

ତାଳଚେର: ତାଳଚେର ମହୋତ୍ସବ ନିମନ୍ତେ ଆଜି ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୨ରୁ ୨୪ ତାରିଖ ଯାଏଁ ତିନିଦିନ ଧରି ତାଳଚେର କଲେଜ ପଡିଆଠାରେ ହେବାକୁ ଥିବା ତାଳଚେର ମହୋତ୍ସବର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ବିଭିନ୍ନ ବିଭାଗର ଅଧିକାରୀ ନିଜ ନିଜର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବେ ବୋଲି ଉପଜିଲ୍ଲାପାଳ ଆଶାବ୍ୟକ୍ତ କରିଥିଲେ। ମହୋତ୍ସବରେ କୋଡିଏ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ପୋଲିସ ବିଭାଗ ସହ ପରିମଳ ପାଇଁ ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ ଯୋଗାଣ ନିମନ୍ତେ ପିଏଚଡି ଓ ତାଳଚେର ପୌରପାଳିକାର ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ପଡିଆରେ ସମ୍ପୂର୍ଣ୍ଣ ଆଲୋକୀକରଣ ନିମନ୍ତେ ମହାପ୍ରବନ୍ଧକ ଲିଙ୍ଗରାଜ କ୍ଷେତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ତାଳଚେର ତହସିଲଦାର ଡ.ରୋଜାଲିନ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଚିନ୍ମୟୀ ଚେତନା ଦାସ, ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତି ଦେହୁରୀ, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳୟ ଦେହୁରୀଙ୍କ ସମେତ ବିଭିନ୍ନ ଉପଖଣ୍ଡସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

Share

Leave a Reply