ଆସୁଛନ୍ତି ଜଗତଜନନୀ: ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ମାଟି ଉଠା ସମ୍ପନ୍ନ

You are currently viewing ଆସୁଛନ୍ତି ଜଗତଜନନୀ: ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ମାଟି ଉଠା ସମ୍ପନ୍ନ

ଅନୁଗୁଳ: ଅମାଲପଡ଼ାରେ ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏ ଅବସରରେ ବୁଧବାର ମାଟି ଉଠାଯାଇଛି। ଉତ୍ତରପଡ଼ା ବିଦ୍ୟାଳୟ ପରିସରରେ ଥିବା ବେଲ ଗଛ ମୂଳରେ ମା’ଙ୍କର ମୃଦାହରଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ତା’ ପରେ ଏକ ଶୋଭା ଯାତ୍ରାରେ ମାଟିକୁ ମା’ଙ୍କ ମଣ୍ଡପ ଯାଏଁ ଅଣାଯାଇଥିଲା। ପୂଜକ ଅଶୋକ କର ଓ କର୍ତ୍ତା ବନବିହାରୀ ପଟ୍ଟନାୟକ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦିତ କରିଥିଲେ। କାର୍ଯ୍ୟକ୍ରମରେ କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ଆଇନଜୀବୀ ପ୍ରଦୀପ ଦେବତା, ପୂଜା କମିଟିର ସମ୍ପାଦକ ଅନୁପ ମହାନ୍ତି, ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ, ପ୍ରତାପ ମାଝୀ, ମନୋଜ ପ୍ରଧାନ, ଟିଟ ପଟ୍ଟନାୟକ, ଟୁଟୁ ପ୍ରଧାନ, ଅନୀଲ ପଟ୍ଟନାୟକ, ଯତୀନ ସେଠୀ, ସିପୁ ପଟ୍ଟନାୟକ, ଶିବ ସାହୁ, ମନୋରଞ୍ଜନ ମହାନ୍ତି ,ବିଜୁ ରାଉତ, ଅମ୍ବିକା ଦେବତା, ତାପସ ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Share

Leave a Reply