ରୋଟାରୀ କ୍ଳବ୍ ପରିଚାଳନା ସଙ୍କଟ ନେଇ ସାମ୍ବାଦିକ ସମ୍ମିଳନୀ

You are currently viewing ରୋଟାରୀ କ୍ଳବ୍ ପରିଚାଳନା ସଙ୍କଟ ନେଇ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଅପରାହ୍ନରେ ରୋଟାରୀ କ୍ଳବ୍‌ ଅନୁଗୁଳ ଓ ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ରୋଟାରୀଆନ ନିଖିଲ ରଞ୍ଜନ ମିଶ୍ର,ଉଲ୍ଲାସ ଚମ୍ପତିରାୟ,ନିର୍ମଳ କୁମାର ମିଶ୍ର ଓ ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସିନ ରୋଟରିଆନ ମାନେ ପ୍ରକାଶ କରିଥିଲେ କି ଡା ଧରଣୀଧର ନାଥଙ୍କୁ ସଭାପତି ପଦ ମିଳିବାପରେ ସେ ମନ ଇଚ୍ଛା କ୍ଷମତାର ଦୁରୁପଯୋଗ କରି ଚାରି ଜଣ ରୋଟାରୀଆନ ଯଥା ନିଖିଲ ରଞ୍ଜନ ମିଶ୍ର, ସୁଧିନ୍ଦ୍ର ମୋହନ ଜେନା,ଦୀପକ ସିଂହ ଓ ଉଲ୍ଲାସ ଚମ୍ପତିରାୟଙ୍କୁ କ୍ଳବ୍‌ରୁ ବହିଷ୍କୃତ ହେଲେ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ।ତେଣୁ କ୍ଳବ୍‌ ପକ୍ଷରୁ ଅଗଷ୍ଟ ଛ ତାରିଖରେ ଡା ନାଥଙ୍କୁ କ୍ଳବ୍‌ରୁ ବହିଷ୍କାର କରାଯିବା ସହ ତାଙ୍କର ସମସ୍ତ ଆଦେଶକୁ ରଦ୍ଦ କରାଯାଇଛି।ସ୍କୁଲକୁ ବିରୋଧ କରୁଥିବା ଏକ କୁଚକ୍ରୀ ଗୋଷ୍ଠୀ ସହ ଡା ନାଥ ସାମିଲ ହୋଇ ଏ ଭଳି ହଟ ଚମଟ ସୃଷ୍ଟି କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ଅତିଥିମାନେ ପ୍ରକାଶ କରିଥିଲେ।

ଏବେ ନିର୍ମଳ ମିଶ୍ରଙ୍କୁ କ୍ଳବ୍‌ର ନୂଆ ସଭାପତି ଓ ଉଲ୍ଲାସ ଚମ୍ପତିରାୟଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଗଲା ବୋଲି ଘୋଷଣା କରିଥିଲେ। ସେ ଯାହା ହେଉନା କାହିଁକି ଆଜି ସାମ୍ବାଦିକ ସମ୍ମିଳନୀ ରେ କ୍ଳବ୍‌ର
ଗୋଟିଏ ଗୋଷ୍ଠୀ ପକ୍ଷରୁ କାଉଣ୍ଟର ଆଟାକ ପରେ କ୍ଳବ୍‌ ପରିଚାଳନା ନେଇ ସୃଷ୍ଟି ହୋଇଥିବା ଝାମେଲା କେଉଁ ମୋଡ଼ ନେବ ତାହା ଆଗାମୀ ସମୟ କହିବ ।

Share

Leave a Reply