ଅନୁଗୁଳ: ଅନୁଗୁଳ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ବାସନ୍ତୀ ଦୁର୍ଗା ପଡ଼ିଆରେ ଆସନ୍ତା ପାଞ୍ଚ ତାରିଖରୁ ସାତ ତାରିଖ ଯାଏଁ ରାଜ୍ୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ୧୬ ଟି ଟିମ୍ ଅଂଶଗ୍ରହଣ କରିବେ। ପ୍ରଥମ ଦିନ କେବଳ ଅନୁଗୁଳ ଜିଲ୍ଲା ଭିତରେ ଥିବା ଟିମ୍ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଦ୍ଵିତୀୟ ଦିନ ଜିଲ୍ଲା ବାହାର ଟିମ୍ ରାଉରକେଲା,ଭୁବନେଶ୍ବର,ପାରାଦୀପ ଭଦ୍ରକ,ବାଲେଶ୍ଵର ଆଦି ଅଂଶଗ୍ରହଣ କରିବେ।ସାତ ତାରିଖ ଦିନ ସେମି ଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବା ଜିଲ୍ଲା ବିଜେତାଙ୍କୁ ଦଶ। ହଜାର ଓ ରନରଅପ୍କୁ ସାତ ହଜାର ଏବଂ ରାଜ୍ୟ ସ୍ତରୀୟ ବିଜେତାଙ୍କୁ ପନ୍ଦର ହଜାର ଓ ଟ୍ରଫି ଏବଂ ରନରଅପ୍ଙ୍କୁ ଦଶ ହଜାର ଓ ଟ୍ରଫି ଦିଆଯିବ।
ଏଥିସହିତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖେଳାଳିଙ୍କ ଜର୍ସି ଉନ୍ମୋଚିତ ହୋଇଥିଲା।ସମ୍ମିଳନୀରେ ସଭାପତି ପ୍ରତାପ ମାଝୀ,ସମ୍ପାଦକ ରଶ୍ମି ରଞ୍ଜନ ପ୍ରଧାନଙ୍କ ସମେତ କୋଚ ଦିବ୍ୟରଞ୍ଜନ ବେହେରା ଓ ସମରେଶ ନାଥ ପ୍ରମୁଖ ଉପସ୍ଥିତ ଥିଲେ।ଖେଳ ଦିନ ଦଶଟାରୁ ଆରମ୍ଭ ହୋଇ ଦିବାରାତ୍ର କ୍ରମରେ ଅନୁଷ୍ଠିତ ହେବ।