ବିଭିନ୍ନ ଦାବି ପୂରଣ ପାଇଁ କଳା ବ୍ୟାଜ୍ ପିନ୍ଧି ବିକ୍ଷୋଭରେ ବସିଛନ୍ତି କଣିହାଁ ବ୍ଲକ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି ଅଭିଯୋଗ କରି କଳା ବ୍ୟାଜ୍ ପିନ୍ଧିଛନ୍ତି କୃଷି କର୍ମଚାରୀ।
ସଂଘ ଅଭିଯୋଗ କରିଛି ଯେ ସରକାରଙ୍କ ନୀତିକୁ ବିରୋଧ କରି ବାରମ୍ବାର ଗୁହାରି କଲେ ମଧ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶୁଣୁ ନାହିଁ। ଏଣୁ ଆଜି କଣିହାଁ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ କୃଷି କର୍ମଚାରୀ କଳାବ୍ୟାଜ୍ ପରିଧାନ କରିଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ଦାବିକୁ ନେଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଘର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ଯାଏଁ ସରକାର ତାଙ୍କ କଥା ଶୁଣୁ ନାହାନ୍ତି। ଏଣୁ ଦାବି ପୂରଣ ନ ହେଲେ ଆସନ୍ତା ଅଗଷ୍ଟ ପହିଲାରୁ ସମସ୍ତେ ସାମୂହିକ ଛୁଟିରେ ରହି ବୋଲି ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତବନୀ ଦିଆଯାଇଛି।
ସଂଘର ସଭାପତି ଶରତ ଚନ୍ଦ୍ର ପ୍ରଧାନ, ସଂପାଦକ ମାନଗୋବିନ୍ଦ ସାହୁ, ଅବିନାଶ ପ୍ରଧାନଙ୍କ ସମେତ କର୍ମକର୍ତ୍ତା କଣିହାଁ ବ୍ଲକ କୃଷି ଅଫିସ ଠାରେ ଉପସ୍ଥିତ ରହି କଳାବ୍ୟାଜ୍ ପରିଧାନ ବିକ୍ଷୋଭ କରିଥିଲେ।