ବିନା କାରଣରେ ଚାକିରିରୁ ବହିଷ୍କାରକୁ ଅଶ୍ରୁର ବିରୋଧ, ତୁରନ୍ତ ନିଯୁକ୍ତି ପାଇଁ ଦାବି

You are currently viewing ବିନା କାରଣରେ ଚାକିରିରୁ ବହିଷ୍କାରକୁ ଅଶ୍ରୁର ବିରୋଧ, ତୁରନ୍ତ ନିଯୁକ୍ତି ପାଇଁ ଦାବି

ଅନୁଗୁଳ: ଏମିସିଡବ୍ଲୁ ନାମକ ଏକ ଘରୋଇ ଔଷଧ କମ୍ପାନୀର ଜଣେ ସେଲ୍ସ୍ ରିପ୍ରେଜେଣ୍ଟିଭଙ୍କୁ ବିନା କାରଣରେ କମ୍ପାନୀ କରିଥିବା ବହିଷ୍କାରକୁ ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟିଭ୍ ୟୁନିୟନ ଅନୁଗୁଳ ଶାଖା ଘୋର ବିରୋଧ କରିଛି। ଏବେ ସହଜରେ ଚାକିରି ଖଣ୍ଡେ ମିଳିପାରୁନଥିବା ବେଳେ କର୍ମଚାରୀଙ୍କୁ ଏଭଳି ବିନା ନୋଟିସରେ ବାହାର କରିବାକୁ ୟୁନିୟନ ତୀବ୍ର ନିନ୍ଦା କରିଛି।

ସୂଚନା ମୁତାବକ, ଏକ ବୈଠକକୁ ବିଶ୍ବଜିତ୍ ବିଶ୍ଵାଳ ଦାଢ଼ି ନ କାଟି ଓ ଡାଏରୀ ନ ନେଇ ଯିବା କାରଣରୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଛନ୍ତି। ଏ ନେଇ ବିଶ୍ୱଜିତ ଅନୁଗୁଳ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି ଜଣାପଡ଼ିଛି। ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଔଷଧ କମ୍ପାନୀର ରିଜୋନାଲ୍ ମ୍ୟାନେଜର ଶୁଭକାନ୍ତ ମିଶ୍ର ଓ ଏରିଆ ମ୍ୟାନେଜର ଆନନ୍ଦ ଶତପଥୀ ଯୁଗ୍ମ ଶ୍ରମ ସଂସ୍ଥାପକ ଅନୁଗୁଳ ରେଞ୍ଜ କାର୍ଯ୍ୟାଳୟରେ ଆସି ହାଜର ହୋଇଥିଲେ।କାର୍ଯ୍ୟାଳୟ ଏହାର ସମାଧାନ ନିମନ୍ତେ ଆଉ ଏକ ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ତେବେ ତାଙ୍କୁ ପୁନଃ କମ୍ପାନୀ ନିଯୁକ୍ତି ଦେବା ନେଇ ଅଶ୍ରୁ ଦାବି କରିଛି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଅଶ୍ରୁର ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ ଚେତାବନୀ ଦେଇଛନ୍ତି।

ଆଜି ବିରୋଧ ପ୍ରଦର୍ଶନ ସମୟରେ ଅଶ୍ରୁ ଅନୁଗୁଳ ଶାଖା ସଭାପତି ପ୍ରହଲ୍ଲାଦ ରଥ ଓ ସମ୍ପାଦକ ସାଗର ସଂଗ୍ରାମ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ଥିଲେ।

Share

Leave a Reply