ବିଭିନ୍ନ ଦାବି ନେଇ କୋଲ୍ ଇଣ୍ଡିଆ ଆଇଟିଆଇ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

You are currently viewing ବିଭିନ୍ନ ଦାବି ନେଇ କୋଲ୍ ଇଣ୍ଡିଆ ଆଇଟିଆଇ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ତାଳଚେର : ତାଳଚେର ବ୍ଲକ କୋଲିୟରୀ ସ୍ଥିତ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ୍ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କୋଇଲା ଖଣିର ଡାଇରେକ୍ଟ ପର୍ସନାଲ୍‌ଙ୍କ ଉଦ୍ଦେଶ୍ୟରେ ମହାପ୍ରବନ୍ଧକଙ୍କ ଜରିଆରେ ୭ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।
ଏହି ଦାବିଗୁଡ଼ିକ ମଧ୍ୟରେ ଏମ୍‌.ସି.ଏଲ୍‌.ରେ କାର୍ଯ୍ୟରତ ଆଇଟିଆଇ ପ୍ରମାଣପତ୍ରଧାରୀଙ୍କୁ ଆଇ.ଆଇ.-୩୨ ଆଧାରରେପଦୋନ୍ନତି, ଏମ୍‌.ସି.ଏଲ୍‌. ପଠାଇଥିବା ଜମିହରା ପ୍ରଜାଙ୍କୁ ସ୍କିଲ୍ ଡେଭେଲପ୍‌ମେଣ୍ଟ ଯୋଜନାରେ ଆଇ.ଟି.ଆଇ. କରିଥିବା ସମସ୍ତ କର୍ମଚାରୀମାନଙ୍କୁ ସଠିକ୍ ଥଇଥାନ ଓ ପ୍ରମାଣପତ୍ର ପ୍ରଦାନ କରିବା ଏବଂ ସେମାନଙ୍କୁ ଟେକ୍‌ନିକାଲ୍ ବିଭାଗରେ ନିଯୁକ୍ତି, ପଦୋନ୍ନତିରେ ପାତରଅନ୍ତର ବନ୍ଦ କରିବା, ଠିକା ପ୍ରଥା ବନ୍ଦ କରିବା ଇତ୍ୟାଦୀ ରହିଛି।

ଯଥାଶୀଘ୍ର ଏସବୁ ଦାବି ପୂରଣ କରାନଗଲେ ସଂଘ ପକ୍ଷରୁ କୋଇଲା ଖଣି ମୁଖ୍ୟାଳୟ ସମ୍ବଲପୁର ଠାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଦୁଷ୍ମନ୍ତ କୁମାର ଦାସ, ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ସୁଧାକର ଜେନା, ଗିରିଶ ବେହେରା, ଶରତ ଚନ୍ଦ୍ର ବେହେରା, ଅନ୍ତର୍ଯ୍ୟାମୀ ସେନାପତି, ପ୍ରଫୁଲ୍ଲ ଦାସ, ଚନ୍ଦ୍ରଶେଖର ମିଶ୍ର, ଶ୍ରୀଧର ସିଂ, ଏମ୍‌.ସି.ଏଲ୍‌. ଜୋନ୍ ର ମିଡିଆ ପ୍ରଭାରୀ ତଥା ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply