ଅନୁଗୁଳ: କଣିହାଁ ଖୋଲାମୁହଁ କୋଇଲା ଖାଦାନ ଜରଡାସ୍ଥିତ ମୁଖ୍ୟ ଫାଟକଠାରେ ଗୁରୁବାର ସକାଳ ୫ଟାରୁ ଚାଳକ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଥିଲା ।ମହାନଦୀ କୋଲ୍ ଫିଲ୍ଦ କଣ୍ଟ୍ରାକ୍ଚୁଆଲ୍ ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ପ୍ରାୟ ୮ଘଣ୍ଟା ଧରି ଚାଲିଥିଲା । ଫଳରେ ଖାଦାନରେ ମାଟି ଓ କୋଇଲା ଉତ୍ତୋଳନ, ପରିବହନ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନସ୍ଥଳରେ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ ପହଁଚି ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ । ଏହାପରେ ଖଣି ପ୍ରକଳ୍ପ ଅଫିସ୍ରେ ଏକ ସମାଧାନୀ ବୈଠକରେ ଚାଳକ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥଲା। ବୈଠକରେ କଣିହାଁ ଅତିରିକ୍ତ ତହସିଲଦାର ରବିନ୍ଦ୍ର କୁମାର ସାମଲ, କଣିହାଁ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଏବଂ ଖାଦାନ ମହାପ୍ରବନ୍ଧକ କିଶୋର କୁମାର ରାଉଳ, ପ୍ରକଳ୍ପ ଅଧିକାରୀ ଏନ୍.ପି.ପାତ୍ର, ଠିକାସଂସ୍ଥା ସାଇଟ୍ ଇନ୍ଚାର୍ଜ ସମେତ ଶ୍ରମିକ ସଂଗଠନ ସମ୍ପାଦକ ଶ୍ରୀ ସାହୁ ଓ ଚାଳକଙ୍କ ପ୍ରତିନିଧ୍ୱ ସାମିଲ ହୋଇଥିଲେ।
ଚାଳକ ନିଯୁକ୍ତି ଦାବିରେ ଧାରଣା
- Post published:July 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
