ଅନୁଗୁଳ: ଜୁଲାଇ ୨୫ ତାରିଖ ଦିନ ହେବାକୁ ଥିବା ଭାରତୀୟ ସୈନ୍ୟବାହିନୀର ସାଧାରଣ ଭର୍ତ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି। କରୋନା ପରିସ୍ଥିତି ଓ ଏବେକାର ପାଣିପାଗକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷାର ନୂତନ ତାରିଖ ଜଣାଇ ଦିଆଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଦ୍ଵାରା ସୂଚନା ଦିଆଯାଇଛି।
