ଛେଣ୍ଡିପଦା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ

You are currently viewing ଛେଣ୍ଡିପଦା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରି ଚାଷୀ କୁ ସମସ୍ତ ପ୍ରକାର ସହାୟତା ଦାବିରେ ମଙ୍ଗଳବାର ଛେଣ୍ଡିପଦା ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରାଯାଇଛି। ବିକ୍ଷୋଭ ସ୍ଥଳରେ ଆଞ୍ଚଳିକ କମିଟିର ସଂପାଦକ ନବକିଶୋର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଚାଷୀ ନେତା ସୁବାସ ପ୍ରଧାନ, ସଞ୍ଜୟ ସାହୁଙ୍କ ସମେତ ପରିବେଶବିତ୍ ପ୍ରମୋଦ ବେହେରା, ମାନସ ପାଳ, ଭରତ ନାଏକ, ପ୍ରତିମା ବେହେରା ପ୍ରମୁଖ ବକ୍ତବ୍ୟ ରଖି ଉତ୍କଟ ମରୁଡ଼ିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। ବିକ୍ଷୋଭରେ ଅନ୍ୟ ମାନଙ୍କ ମଧ୍ୟରେ ଚୈତନ୍ୟ ସାହୁ, ଚରଣ ବେହେରା, ସୁକାନ୍ତି ପ୍ରଧାନ, ଗଣେଶ ବେହେରା, ପ୍ରତାପ ସାହୁ, ଲମ୍ବୋଦର ପଣ୍ଡା ପ୍ରମୁଖ ସାମିଲ୍ ଥିଲେ।

Share

Leave a Reply