ଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!

You are currently viewing ଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!

ଅନୁଗୁଳ: ଅନୁଗୁଳ ସହର ସିମିଳିପଡ଼ା ନିକଟ ରାଣୀଗୁଡ଼ା ପମ୍ପ ହାଉସ ଠାରେ ଥିବା ଓମ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଜଣେ ଛାତ୍ରୀ ସ୍କୁଲ ଫିସ ଦେବାରେ ବିଳମ୍ବ କରିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଖରାରେ ଠିଆ କରିଦେଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ସ୍କୁଲ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ସୂଚନା ମୁତାବକ, ରାଣୀଗୁଡା ପମ୍ପ ହାଉସ ନିକଟରେ ରହୁଥିବା ଶ୍ରୀକାନ୍ତ ପାତ୍ର ଓ ମମତା ପାତ୍ରଙ୍କ ଝିଅ ରାଜଲକ୍ଷ୍ମୀ ପାତ୍ର ( ୯ ) ଓମ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ତିନିମାସ ହେବ ସେ ସ୍କୁଲ ଫିସ ଦେଇ ନଥିବାରୁ ଗତକାଲି ସ୍କୁଲ ପକ୍ଷରୁ ରାଜଲକ୍ଷ୍ମୀଙ୍କୁ ତିନି ଘଣ୍ଟା ପର୍ଯ୍ୟନ୍ତ ଖରାରେ ଛିଡା କରି ଦିଆଯାଇଥିଲା। ଏ ନେଇ ଛାତ୍ରୀ ଓ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପଟେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Share

Leave a Reply