ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାବେଳେ ତୃତୀୟ ଲହରର ଆଶଙ୍କା ଏବଂ ପଡୋଶୀ ଢେଙ୍କାନାଳ ଜିଲ୍ଲାରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଦେଖି ଅନୁଗୁଳ ସାଧାରଣ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ସିଡିଏମଓ ତଥା ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଏକ ଚଠି ଲେଖି ସବୁ ବିଭାଗ ତଥା ପୋଲିସ ବିଭାଗକୁ ଏଥିନେଇ ଅବଗତ କରାଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି।ଏହିକ।ରଣରୁ ଏଣିକି ହାଟ, ମଲ୍ଲ, ମନ୍ଦିର ଏବଂ ଅନ୍ୟାନ୍ୟ ସର୍ବସାଧାରଣ ଜାଗାରେ କୋଭିଡ ଆଇନ ଉଲ୍ଲଘଂନ କଲେ ପୂର୍ବ ଭଳି ଚଢ଼ାଉ କରି ଫାଇନ ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
କୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ
- Post published:December 2, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
