ଧାନ ମଣ୍ଡିରେ ଧାନ କିଣା ଆରମ୍ଭ

You are currently viewing ଧାନ ମଣ୍ଡିରେ ଧାନ କିଣା ଆରମ୍ଭ

ଅନୁଗୁଳ: ଅନୁଗୁଳ ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ମଙ୍ଗଳବାର ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରି ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ କରାଇଛନ୍ତି।

ସକାଳ ୧୦ଟା ସମୟରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲାପାଳ ମଣ୍ଡି ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକା, ଉପନିବନ୍ଧକ ସମବାୟ ସମିତି ସମୂହ, ଅନୁଗୁଳ ପ୍ରଭାଗ ଦୁଃଖିଆ ଟୁଡୁ, ଜିଲା ଯୋଗାଣ ଅଧିକାରୀ ସ୍ମିତା ନାଏକ, ସହକାରୀ ନିବନ୍ଧକ ଅନୁଗୁଳ ମଣ୍ଡଳ ତ୍ରିଲୋଚନ ଦେହୁରୀ, ଉପ ସହକାରୀ ନିବନ୍ଧକ ପ୍ରଶାନ୍ତ କୁମାର ମହାନ୍ତି, ଅନୁଗୋଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଶମ୍ଭୁନାଥ ନାଏକ, ସମିତିର ସଭାପତି ବିଜୟ କୁମାର ମାଝୀ, ସମ୍ପାଦକ ସରୋଜ କୁମାର ପ୍ରଧାନ ଏଥିସହ ଅନେକ ଚାଷୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଜିଲାପାଳ ଶ୍ରୀ ସ୍ୱାଇଁ ଚାଷୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସୁଚାରୁ ରୂପେ କିପରି ଚାଷୀ ମାନେ ଆସି ନିଜର ଧାନ ବିକ୍ରି କରିପାରିବେ ସେନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଚାଷୀ ମାନଙ୍କୁ ଏଫଏକ୍ୟୁ ମାନର ଧାନ ଆଣିବାକୁ ଉପଦେଶ ଦେଇଥିଲେ। ପ୍ରଥମ ଦିବସରେ ଟୋକନ ପାଇ ମଣ୍ଡିକୁ ୧୦ଜଣ ଚାଷୀଙ୍କ ୬୬୧ ବସ୍ତା ଧାନ ଆସିଥିଲା। ଏହି ମଣ୍ଡି ସହ ସଂଯୋଜିତ ହୋଇଥିବା ମା ଭୈରବୀ ରାଇସ ମିଲକୁ ଧାନ ପ୍ରଦାନ କରାଯାଇଥିଲା।

Share

Leave a Reply