ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଣଧାରଣା

You are currently viewing ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଣଧାରଣା

ତାଳଚେର: ପୁରୀ ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ପ୍ରକଳ୍ପର ବିକାଶ ନାଁରେ ବିନାଶ ବନ୍ଦ ହେଉ ଓ ଆଇନ ପରିସର ବାହାରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛି ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି। ପୁରୀରେ ପ୍ରସ୍ତାବିତ ‘ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ପ୍ରୋଜେକ୍ଟ’ ର କାର୍ଯ୍ୟାନ୍ବୟନରେ ସ୍ଥାପିତ ଆଇନର ଚରମ ଉଲ୍ଲଂଘନ ଏବଂ ଏହି କାର୍ଯ୍ୟକଳାପ ମନ୍ଦିର ଓ ଏହାର କାନ୍ଥର ଗଠନମୂଳକ ସ୍ଥିରତା ପ୍ରତି ବିପଦ ପ୍ରତିବାଦରେ ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯାଇଛି।

ସମିତିର ଆବାହକ ଶ୍ରୀକାନ୍ତ ବିଶ୍ବାଳଙ୍କ ଆହ୍ବାନରେ ଅନୁଷ୍ଠିତ ଏହି ଗଣଧାରଣାରେ ଶତାଧିକ ଜଗନ୍ନାଥ ପ୍ରେମୀ ଭାଗ ନେଇ ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପାରିପାର୍ଶ୍ବକ ନାଁରେ ବିନାଶ ଓ ମନ୍ଦିର ପ୍ରତି ଭବିଷ୍ୟତରେ ଉତ୍ପନ୍ନ ହେବାକୁ ଥିବା ବିପଦକୁ କଡ଼ା ସମାଲୋଚନା କରିଥିଲେ।

ଜଗନ୍ନାଥଙ୍କ ମନ୍ଦିର ହେଉଛି ଓଡିଶାର ଆତ୍ମା ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଆଧ୍ୟାତ୍ମିକ କେନ୍ଦ୍ର। ଭବିଷ୍ୟତରେ କୌଣସି ଅସୁବିଧା ହେଲେ ଭକ୍ତ ମନ ଓ ଭାବନା ବିଚଳିତ ହେବା ସ୍ବାଭାବିକ। ଏଣୁ ସରକାର ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ସମିତି ଦାବି କରିଛି।

କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ରାଜ୍ୟ ସହ-ସଂଯୋଜକ ପଣ୍ଡିତ ମହେଶ ସାହୁଙ୍କ ସମେତ ସଂଘ ବିବିଧ କ୍ଷେତ୍ରର ଗିରିଧାରୀ ଶତପଥୀ, ମାୟାଧର ସାହୁ, ଅଶୋକ ଅଗ୍ରୱାଲା, ମନୋଜ ସାହୁ, ପରେଶ ପଟ୍ଟନାୟକ, ସଞ୍ଜୟ ମାଝୀ, ବିଭୂତି ସାହୁ, ବାବୁଲି ସାମଲ, ଭୁବନାନନ୍ଦ ପ୍ରଧାନ, ଶ୍ରୀନିବାସ ଖୁଣ୍ଟିଆ, ପ୍ରକାଶ ମହାରଣା, ବରୁଣ ସାହୁ, ଚୈତନ୍ୟ ପ୍ରଧାନ, ରଙ୍ଗାଧର ନାହାକ, ବିରଞ୍ଚି ସାହୁ, ମନୋଜ ପ୍ରଧାନଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ସାମିଲ ହୋଇଥିଲେ।

Share

Leave a Reply