ଛେଣ୍ତିପଦା: ମଙ୍ଗଳବାର ଛେଣ୍ତିପଦା ବ୍ଲକ୍ କୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପୁଟଗାଡ଼ିଆ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରାଯାଇଛି। ଗ୍ରାମର ୧ରୁ ୧୦ ବର୍ଷ ବୟସର ସମସ୍ତ କନ୍ୟା ସନ୍ତାନଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି। ଏହି ଉପଲକ୍ଷେ ପୁଟଗାଡ଼ିଆ ମାହାଳସାହି କୋଠଘରଠାରେ କୋରଡ଼ା ଶାଖା ଡାକପାଳ ପ୍ରିୟଙ୍କା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ଡାକମଣ୍ତଳର ଡାକ ଅଧିକ୍ଷକ ଯମେଶ୍ବର ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁକନ୍ୟା ସମୃଦ୍ଧି ଯୋଜନାର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। କୋରଡ଼ା ସରପଞ୍ଚ ଅନିଲ୍ ବିହାରୀ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନାର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଡାକମଣ୍ତଳର ଅଫିସ୍ ସୁପରଭାଇଜର ଶୁଭେନ୍ଦ୍ର ଦାଶ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଅନୁଗୁଳ ପଶ୍ଚିମ ଉପଖଣ୍ତ ତତ୍ତ୍ବାବଧାରକ ନୀଳକଣ୍ଠ ଗଡ଼ନାୟକ, ସନ୍ତୋଷ ଭୋଇ ଏବ˚ କୋରଡ଼ା ସହାୟକ ଡାକପାଳ ଅରୁଣ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ପୁଟଗାଡ଼ିଆ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ
- Post published:January 15, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
