ପ୍ରଶ୍ନପତ୍ର ଲିକ୍: OTET ପରୀକ୍ଷା ସ୍ଥଗିତ

You are currently viewing ପ୍ରଶ୍ନପତ୍ର ଲିକ୍: OTET ପରୀକ୍ଷା ସ୍ଥଗିତ

ଅନୁଗୁଳ: ଆଜି (ରବିବାର) ହେବାକୁ ଥିବା ସ୍ବତନ୍ତ୍ର OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ଥଗିତ କରାଯାଇଛି। ଦୁଇଟି ସିଟିଂରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପେପର-୧ ଓ ପେପର-୨ର ହାତଲେଖା ପ୍ରଶ୍ନପତ୍ର ଓ ତାହାର ଉତ୍ତର ଭାଇରାଲ ହୋଇଥିବା ଦେଖାଯାଇଥିଲା।

ଏହି ଘଟଣା ପରେ ପରୀକ୍ଷାର ବୈଧତା ନେଇ ସନ୍ଦେହ ସୃଷ୍ଟି ହେବାରୁ ପରିଷଦ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହୋଇଛି। ବୋର୍ଡ ପକ୍ଷରୁ ଜଣାଯାଇଛି ଯେ, ନିକଟରେ ଏହି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ତବେ ଆଜି ପରୀକ୍ଷା ବାତିଲ ହେବା ପରେ ଅନୁଗୁଳର ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ପରୀକ୍ଷାର୍ଥୀ ନିରାଶ ହୋଇ ଫେରିଛନ୍ତି।

Share

Leave a Reply