ଏକତା ରକ୍ଷା ପାଇଁ ଜାମୁଣ୍ଡା ଜଙ୍ଗଲ ଗାଁ ରାହାସବାଡି ଉଦଘାଟନ କଲେ ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ

You are currently viewing ଏକତା ରକ୍ଷା ପାଇଁ ଜାମୁଣ୍ଡା ଜଙ୍ଗଲ ଗାଁ ରାହାସବାଡି ଉଦଘାଟନ କଲେ ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ

ଅନୁଗୁଳ: ସ୍ଥାନୀୟ ଜାମୁଣ୍ଡା ଜଙ୍ଗଲ ଗାଁର ରାହାସ ବାଡି କେନ୍ଦ୍ର ଉଦଘାଟନ କରିଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା। ଏ ଅବସରରେ ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ନରୋତ୍ତମ ଜେନା, ସଂପାଦକ ଗଗନ ବିହାରୀ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l

ରାହାସବାଡ଼ି ହେଉଛି ଗ୍ରାମାଞ୍ଚଳର କେନ୍ଦ୍ରରେ ଅବସ୍ଥିତ ଭିତ୍ତିଭୂମି, ଯାହା ଗାଁର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଦର୍ଶାଇ ଥାଏ। ଗାଁରେ ସାମାଜିକ, ସାଂସ୍କୃତିକ ଏକତା ରକ୍ଷା କରିବା ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଜେଏସପି ଫାଉଣ୍ଡେସନ ଦ୍ଵାରା ନିର୍ମିତ ଏହି ସାମାଜିକ ଭିତ୍ତିଭୂମିକୁ ଉଦଘାଟନ କରି ହୃଦୟେଶ୍ଵର ଝା କହିଛନ୍ତି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟରତ। ଜାମୁଣ୍ଡା ଜଙ୍ଗଲ ଗ୍ରାମରେ ନିର୍ମିତ ଏହି ରାହାସ ବାଡି କେନ୍ଦ୍ର ମାଧ୍ୟମରେ ଗ୍ରାମବାସୀ ନିଜ ମତ ଏବଂ ଚିନ୍ତାଧାରା ଉପସ୍ଥାପନ କରି ପାରିବେ ବୋଲି ସେ ଆଶା ପୋଷଣ କରିଥିଲେ।

କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଜେଏସପି ଫାଉଣ୍ଡେସନ ପକ୍ଷରୁ ବ୍ରିଗ. ଡି.ବି. ପାଣି (ଅବସରପ୍ରାପ୍ତ), ବି.ବି.ପ୍ରଧାନ, ପୁଷ୍ପଲତା ଶତପଥୀ, ଆଶିଷ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ଓ ଗାଁ ଲୋକ ଉପସ୍ଥିତ ଥିଲେ।

Share

Leave a Reply