ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଗୁରୁବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରୁ ଗୋଟିଏ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏଥି ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ମୁତାବକ, କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ପଳାସବାହାଳି ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ପାଇ ରେଙ୍ଗାଳି ପୋଲିସ ଚଢ଼ଉ କରିଥିଲା। ରେଙ୍ଗାଳି ଥାନା ଅଧିକାରୀ ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ପୋଲିସ ବାବୁଲି ପେଣ୍ଠେଇ (୨୮)ଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ ସହ ଏକ ପୁରୁଣା ଦେଶୀ ବନ୍ଧୁକର କିଛି ଅଂଶ, ଦୁଇଟି କ୍ଲିନିଂ ରଡ୍, ଗନ ବ୍ୟାରେଲ, ଲୁହା ପାଲିଶ ଫାଇଲ ପ୍ରଭୃତି ସାମଗ୍ରୀ ଜବତ କରିଛି। ଏଥିସହ ବାବୁଲି ପେଣ୍ଠେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।