ବଅଁରପାଳ ଅଞ୍ଚଳରେ ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ, ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କୁ ଫାଇନ୍

You are currently viewing ବଅଁରପାଳ ଅଞ୍ଚଳରେ ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ, ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କୁ ଫାଇନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ କରାଯାଇଛି। ଆଜି ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କ ଉପରେ ଚଢଉ କରାଯାଇ ଫାଇନ ଆଦାୟ କରାଯାଇଛି। ଏଥିସହ ଜନଗହଳି ସ୍ଥାନରେ ସିଗାରେଟ୍ ଟାଣୁଥିବାରୁ ମଧ୍ୟ କିଛି ଲୋକଙ୍କୁ ଫାଇନ କରାଯାଇଛି।

ଏହି ଚଢ଼ଉରେ ଅନୁଗୁଳ ଏଫଏସଓ ହରପ୍ରିୟା ବେହେରା, ତାଳଚେର ଏଫଏସଓ ସୁମିତ୍ ସୌରଭ ପରିଡା, ଅନୁଗୁଳ ଏମଟିଏସ୍ ନୀଳାମ୍ବର ପ୍ରଧାନ, ମେଡିକାଲ ଟିମ୍ ଏବଂ ବଅଁରପାଳ ଥାନାଧିକାରୀ ଉପସ୍ଥିତ ଥିଲେ।

Share

Leave a Reply