ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ, ଜଣେ ଅଟକ

You are currently viewing ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ, ଜଣେ ଅଟକ

ତାଳଚେର: ବେଆଇନ ଭାବେ ଗଚ୍ଛିତ ଥିବା ବାଣ ଗୋଦାମ ଉପରେ ଆଜି ତାଳଚେର ପୋଲିସ ଅତର୍କିତ ଚଢ଼ାଉ କରି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି। ଏଥିସହ ରାଜେନ୍ଦ୍ର ବାଇଙ୍କୁ ଅଟକ ରଖିଥିବା ଜଣାଯାଇଛି।

ସୂଚନା ମୁତାବକ, ସ୍ଥାନୀୟ ବାଘୁଆ ବୋଲ ସ୍ଥିତ ଏକ ଭଡ଼ା ଘରେ ତାଳଚେର ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାରେ ବିପୁଳ ପରିମାଣର ଲାଇସେନ୍ସ ନ ଥିବା ବାଣ ଗଦା ହୋଇଥିବା ଜଣାପଡ଼ିଥିଲା। ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ସମସ୍ତ ବାଣକୁ ଜବତ କରାଯାଇଥିଲା। ଉକ୍ତ ଘରୁ ପ୍ରାୟ ୧୮ ହଜାର ପ୍ୟାକେଟ ବାଣ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ। ଉକ୍ତ ଘରେ ରଶ୍ମିତା ଅଧିକାରୀ ନାମକ ଜଣେ ମହିଳା ବାଣ ସାଇତିଥିବା ପୋଲିସ କହିଛି। ଏହି ଘଟଣାରେ ରାଜେନ୍ଦ୍ର ବାଇଙ୍କୁ ପୋଲିସ ଅଟକ ରଖିଛି।

ଏହି ଚଢ଼ାଉରେ ତାଳଚେର ଏସଡିପିଓ ମାନସ ରଞ୍ଜନ ବାରିକ, ଅତିରିକ୍ତ ତହସିଲଦାର ଶାଶ୍ୱତ ଶୋଭେନ ମହାପାତ୍ର, ଆଇଆଇସି ଦିଗ ବିଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply