ବଇଣ୍ଡାରେ ରେଳ ବୋର୍ଡର ବୈଠକ, ଷ୍ଟେସନର ଉନ୍ନତିକରଣ ଓ ଏକ୍ସପ୍ରେସ ରହଣି ଦାବି

You are currently viewing ବଇଣ୍ଡାରେ ରେଳ ବୋର୍ଡର ବୈଠକ, ଷ୍ଟେସନର ଉନ୍ନତିକରଣ ଓ ଏକ୍ସପ୍ରେସ ରହଣି ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ରେଳ ଷ୍ଟେସନ ଠାରେ ଶୁକ୍ରବାର ଦିନ ରେଳ ବୋର୍ଡ ପକ୍ଷରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ରେଳ ବିଭାଗର ଏପି ରାୟଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

ଏଥିରେ ବଇଣ୍ଡା ରେଳ ଷ୍ଟେସନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ଏହି ଷ୍ଟେସନ ମାସକୁ ୫ ଲକ୍ଷ ଟଙ୍କା ରାଜସ୍ୱ ଦେଉଥିବା ବେଳେ ଷ୍ଟେସନର ଉନ୍ନତି ହେଉ ନଥିବା ସଭ୍ୟ ମାନେ ଅଭିଯୋଗ କରିଥିଲେ। ସେହିପରି ଏହି ଷ୍ଟେସନ ଦେଇ ଯାଉଥିବା ଟ୍ରେନ ମଧ୍ୟରୁ ୧୪ ଟି ଏକ୍ସପ୍ରେସ ଟ୍ରେନ ରହୁ ନଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। କରୋନା ପୂର୍ବରୁ ରହୁଥିବା ସମସ୍ତ ଟ୍ରେନ ରହଣି ପାଇଁ ଦାବି ହୋଇଛି। ସେହିପରି ଆଠମଲ୍ଲିକ ଓଭର ବ୍ରିଜ ନିକଟରୁ ଶିଶୁ ମନ୍ଦିର ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ବୈଠକରେ ସଭ୍ୟମାନେ ଦାବି କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବଚରଣ ସାହୁ, ଅଜିତ ପଟ୍ଟନାୟକ, ବିଶ୍ୱଜିତ ମିଶ୍ର, ଚିତ୍ତରଞ୍ଜନ ମେହେର, ଉଗ୍ରସେନ ସେଠି, ଅରବିନ୍ଦ ସାହୁ, ଅଜିତ ପ୍ରଧାନ, ପ୍ରବୀଣ ସାହୁ, ରେଳ ବିଭାଗର ଅରୁଣ କୁମାର ସକସେନା, ଲକ୍ଷ୍ମଣ କୁମାର ପ୍ରଧାନ, ଏସକେ ଦିଗଲ, ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply