ନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ

You are currently viewing ନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ

ଅନୁଗୁଳ: ଭିନ୍ନକ୍ଷମଙ୍କ ସମସ୍ୟା ବଢ଼ାଉଛି ରେଳ ବିଭାଗ। ସୂଚନା ଦିଆଯାଉଥିବା ସ୍ଥାନରେ ବଗି ନ ରହିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ଆସୁଛି।

ବୁଧବାର ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ନନ୍ଦ କିଶୋର କେଡିଆ ସକାଳେ ବୃଦ୍ଧ ବାପା, ଦୃଷ୍ଟିହୀନ ମା’  ଏବଂ ଅନ୍ୟ ସଦସ୍ୟଙ୍କୁ ଅନୁଗୁଳ ରେଳ ଷ୍ଟେସନକୁ ଛାଡିବା ପାଇଁ ଆସିଥିଲେ। ଭୁବନେଶ୍ୱର- ବଲାଙ୍ଗୀର ରେଳରେ ତାଙ୍କ ପରିବାର ଚଢ଼ିବା ପାଇଁ ଅପେକ୍ଷା କରିଥିଲେ। ରେଳ ବିଭାଗ ପକ୍ଷରୁ ଗାଡି ଆସିବା ପୂର୍ବରୁ କେଉଁ କୋଚ୍ କେଉଁ।ଠାରେ ରହିବ ସେ ନେଇ ଡିସପ୍ଲେ ବୋର୍ଡରେ ସୂଚନା ଆଗୁଆ ଦିଆଯାଇଥାଏ। ଏହାକୁ ଦେଖି ଅନ୍ୟ ଯାତ୍ରୀଙ୍କ ସହ ନନ୍ଦ କିଶୋର ମଧ୍ୟ ନିଜ ଟିକେଟ ମୁତାବକ ଠିଆ ହୋଇଥିଲେ। କିନ୍ତୁ ଟ୍ରେନ ଡିସପ୍ଲେରେ ଲେଖା ଯାଉଥିବା ସ୍ଥାନରେ ନରହି ୫ ଟି କୋଚ୍ ଆଗକୁ ପଳାଇଥିଲା। ଫଳରେ ଦୃଷ୍ଟିହୀନ ମା’ ଏବଂ ବୃଦ୍ଧ ବାପାଙ୍କୁ ନେଇ ଟ୍ରେନ ଚଢିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ନନ୍ଦ କିଶୋର। ଏନେଇ ସେ ଅନୁଗୁଳ ରେଳ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି।

ତେବେ ଥରେ ନୁହେଁ, ଆଗୁରୁ ବି ଅନେକ ଥର ଟ୍ରେନ ଏମିତି ସମସ୍ୟା କରିଛି। ନିର୍ଦ୍ଧାରିତ ସ୍ଥାନରେ ରେଳ କୋଚ୍ ଗୁଡିକ ରହୁନାହିଁ। ଫଳରେ ଭିନ୍ନକ୍ଷମ ଯାତ୍ରୀ ସମସ୍ୟା ଭୋଗୁଛନ୍ତି।

Share

Leave a Reply