ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

You are currently viewing ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ, ଝଟ୍‌କା ପବନ ବହିବ ବୋଲି  ଆଜି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ସେ କହିଛନ୍ତି କାଳବୈଶାଖୀ ପାଇଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଓଡ଼ିଶାକୁ ମୌସୁମୀ ଆସିବାକୁ ଟିକେ ସମୟ ଲାଗିବ।ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ଆସିବ। ୨୭ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ।

ଏହା ସହ ସେ କହିଛନ୍ତି ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ, ଅପପ୍ରଚାର କରାଯାଉଛି। IMD ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Share

Leave a Reply