ଗରମରୁ ଟିକେ ଆଶ୍ୱସ୍ତି! ଅନୁଗୁଳର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

You are currently viewing ଗରମରୁ ଟିକେ ଆଶ୍ୱସ୍ତି! ଅନୁଗୁଳର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ଅନୁଗୁଳ: ତତଲା କଡେଇ ପାଲଟିଥିବା ଓଡ଼ିଶା ଆଜି ଟିକେ ଶାନ୍ତ ପଡ଼ିଛି କାଳ ବୈଶାଖୀ ପ୍ରଭାବରେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ପୃଥିବୀ ଟିକେ ଥଣ୍ଡା ପଡ଼ିଛି।
ଅନୁଗୁଳ ଜିଲ୍ଲା ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖୀ ସାଙ୍ଗକୁ ପବନ ଏବଂ ଘଡ଼ଘଡ଼ି ହୋଇଛି। କିଛି ଦିନର ରୌଦ୍ରତାପ ପରେ ଆଜି ପାଗ ବଦଳିବାରୁ ତାପମାତ୍ରା ମଧ୍ୟ ଟିକେ କମିଛି। ଫଳରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ମହୀଧରପୁର ଅଞ୍ଚଳରେ ଘଡ଼ଘଡ଼ି ମାରିବାରୁ ଗୋଟେ ତାଳ ଗଛ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ଆଗକୁ ଆଉ ଦୁଇ ଦିନ ଏଭଳି ଥଣ୍ଡା ପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Share

Leave a Reply