ରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

You are currently viewing ରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର କେନାଲରେ ଖସି ପଡ଼ିବାରୁ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪)।

ସୂଚନା ମୁତାବକ, ନବମ ଶ୍ରେଣୀର ଛାତ୍ର ଗୌରବ ଆଜି ସକାଳେ ଘର ନିକଟରେ ଥିବା ପାଉଁଶ ଫ୍ୟାକ୍ଟିକୁ ବୁଲିବାକୁ ଯାଇଥିବା ବେଳେ ପାଖରେ ଥିବା ଏକ ଗଭୀର କେନାଲରେ ଗୋଡ଼ ଖସି ପଡ଼ିଯାଇଥିଲେ l ତାଙ୍କୁ ସେଠାରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା, କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l

Share

Leave a Reply