ହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

You are currently viewing ହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

ଭୁବନେଶ୍ବର: ହଟିଲା ନବୀନ ପଟ୍ଟନାୟକଙ୍କର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା। ନବୀନ ନିବାସରୁ କମିଲା ସିପାହୀ ସଂଖ୍ୟା। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ହେଲେ ବୁଧବାରଠାରୁ ନୂଆ ସରକାର ଆସିବା ପରେ କମିଶନରେଟ୍‌ ପୋଲିସ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିଛି। ତାଙ୍କ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଖାଲି ଏତିକି ନୁହେଁ, ନବୀନ ନିବାସ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ଏସ୍‌ବି ବାଟାଲିୟନର ୩୦୦ ସିପାହୀ ସଂଖ୍ୟା କମାଇଦିଆଯାଛି।

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସୁରକ୍ଷାକୁ ଦୃ‌‌ଷ୍ଟିରେ ରଖି ପାଇଲଟିଂ ଏସ୍କର୍ଟ ସହ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ନବୀନ ନିବାସ ପାଇଁ ୪୫ ଜଣ ସିପାହୀଙ୍କୁ ସୁରକ୍ଷା ଦାୟିତ୍ବରେ ନିଯୁକ୍ତ ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେମାନେ ୩ଟି ସିଫ୍ଟରେ ସୁରକ୍ଷା ଯୋଗାଇବେ।

ଅନ୍ୟପଟେ ନବୀନ ପଟ୍ଟନାୟକଙ୍କୁ ‘ଜେଡ୍‌’ କାଟାଗୋରି ସୁରକ୍ଷା ଯୋଗାଇଦେବା ‌ଲାଗି ଚର୍ଚ୍ଚା ହେଉଛି। ଯାହାକି ଭିଭିଆଇପି ସୁରକ୍ଷା ବ୍ୟବସ୍ଥାର ତୃତୀୟ ସର୍ବୋଚ୍ଚ ସୋପାନ। ଏ ସମ୍ପର୍କିତ ନିଷ୍ପତ୍ତି କେବଳ ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟି ନେଇପାରିବ। କମିଟି ସରକାରଙ୍କୁ ସୁପାରିସ୍‌ କଲା ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Share

Leave a Reply