‘ରକ୍ଷକ’ ସଚେତନତା କାର୍ଯ୍ୟକ୍ରମ

You are currently viewing ‘ରକ୍ଷକ’ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଗୁଳ ଆର୍‌ଟିଓଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଆର୍‌ଟିଓ ବିଭବାଞ୍ଜନ ସାମନ୍ତସିଂହରାୟ, ତାଳଚେର ଆରଟିଓ ନିଖିଲ ପଟ୍ଟନାୟକ, ହଣ୍ଡପା ଥାନାଧିକାରୀ ନମିତା ନାୟକ, ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା, ଜନତା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ରବିନାରାୟଣ ସାହୁ, ଡ୍ରାଇଭର ମହାସଂଘ ଓ ରକ୍ଷକ କାର୍ଯ୍ୟକ୍ରମ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ ।

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର କମାଇବା, ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା, ଗୁରୁତର ଆହତଙ୍କୁ ନିକଟ ଡାକ୍ତରଖାନାରେ ପହଞ୍ଚାଇବା ସଂପର୍କରେ ଆଲୋଚନା ହୋଇଥିଲା। ଯେଉଁ ବ୍ୟକ୍ତି ଗୁରୁତର ଆହତଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିବେ ତାଙ୍କୁ ଆର୍‌ଟିଓଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାର ଦିଆଯିବା ବ୍ୟବସ୍ଥା ରହିଛି। ଅଜଣାଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ ବ୍ୟବସ୍ଥା ଅଛି ବୋଲି ସୂଚନା ଦିଆଯାଇଥିଲା। ଗାଡ଼ି ଚଳାଇବାର ନିୟମ ସଂପର୍କରେ ଥାନାଧିକାରୀ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ଵେଚ୍ଛାସେବୀ ସଂଗଠନ ସ୍ପନ୍ଦନ ପକ୍ଷରୁ ବିଭୁପ୍ରସାଦ ଶତପଥୀ ସହଯୋଗ କରିଥିଲେ।

Share

Leave a Reply