ଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

You are currently viewing ଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଠାରେ ଆଜି ନାଲକୋ କ୍ଷତିଗ୍ରସ୍ତ ପ୍ରଜା ବିଳାସ ନାଏକ ଦୁଇ ଝିଅଙ୍କୁ ନେଇ ନାଲକୋ ରେଳରୋକ କରିଛନ୍ତି।

ସୂଚନା ମୁତାବକ, ବିଳାସ ନାଏକଙ୍କ ସ୍ବାମୀ ବଳରାମ ନାଏକଙ୍କ ମୃତ୍ୟୁ ପରେ ସେ ମୂଲ ଲାଗି ପରିବାର ପୋଷୁଛନ୍ତି। ନାଲକୋ ରେଳଲାଇନ ନିର୍ମାଣ ପାଇଁ ତାଙ୍କ ଜମି ଅଧିଗ୍ରହଣ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରିନାହିଁ। ଏଣୁ ବାଧ୍ୟ ହୋଇ ସେ ରେଳରୋକ କରିଛନ୍ତି।
ପୂର୍ବରୁ ଏନେଇ ସେ ବହୁବାର ନାଲକୋରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସମାଧାନର ବାଟ ବାହାରି ନଥିଲା। ଏଣୁ ଆଜି ଦୁଇ ଝିଅଙ୍କୁ ଧରି ସେ ନାଲକୋ ରେଳରୋକ କରିଥିବା କହିଛନ୍ତି।

Share

Leave a Reply