ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ରାମଚଣ୍ଡୀ ଫାଇଟର୍ କୋଶଳା ଚାମ୍ପିଅନ

0

କଣିହାଁ: କଣିହାଁ ବ୍ଳକ୍ ଟୋଲକବେଡା ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟୁତ୍ ଅଫିସ ସମ୍ମୁଖ ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାରେ କୋଶଳାର ରାମଚଣ୍ଡୀ ଫାଇଟର୍ ଏକାଦଶ ୩୩ ରନ୍‌ରେ ଗଦାଶିଳାର ସିଦ୍ଧେଶ୍ଵର ୱାରିୟର୍ସକୁ ପରାସ୍ତ କରି ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା । କୋଶଳା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯୮ ରନ କରିଥିବା ବେଳେ ଗଦାଶିଳା ୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ବିଡ଼ିଓ ରମେଶ କୁମାର ଜେନା, ସିଏଚସି ମୁଖ୍ୟ ଡା. ସୁମନ୍ତ କୁମାର ପଟେଲ, ଶ୍ରମିକନେତା ବିରଂଚି ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ପୁରସ୍କୃତ କରିଥିଲେ। ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟର ସଭାପତି ସୌରଭ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ରଂଜନ କୁମାର ସାହୁ, ଚକ୍ରଧର ସାହୁ, ସୁମନ ବେହେରା, ସତ୍ୟରଂଜନ ସାହୁ, ବବୁଲୁ ପ୍ରଧାନ, ଗିରିଶ ସାହୁ, ମନୋଜ କୁମାର ସାହୁ, ସଂଜୟ କୁମାର ପ୍ରଧାନ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!