ବନ୍ଦା କପ୍ ଫାଇନାଲ୍ ମ୍ୟାଚ୍, ଟ୍ରଫି ହାତେଇଲା ଗୋତମରା

You are currently viewing ବନ୍ଦା କପ୍ ଫାଇନାଲ୍ ମ୍ୟାଚ୍, ଟ୍ରଫି ହାତେଇଲା ଗୋତମରା

ଅନୁଗୁଳ: ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତର ନୂତନ ମିନି ଷ୍ଟାଡିୟମରେ ଆଜି ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଦା କପ ଫାଇନାଲ୍ ମ୍ୟାଚ ଆୟୋଜିତ ହୋଇଛି। ମ୍ୟାଚରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ୨୭ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ଯୁବନେତା ଅରୁଣାଭ ସିଂହ, ବନ୍ଦା ସରପଞ୍ଚ ନକୁଳ ସାହୁ, ସମିତି ସଭ୍ୟ ଦୁଷ୍ମନ୍ତ ଗଡନାୟକ, ୨୮ ଜୋନ ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ସମାଜ ସେବୀ ଅଭିମନ୍ୟୁ ସାହୁ, ତୁଳସୀପାଳ ସମିତି ସଭ୍ୟ କର୍ଣ୍ଣ ଗୋଛାୟତ ପ୍ରମୁଖ ଯୋଗ ଦେଇଥିଲେ।

ଉପ-ବାଚସ୍ପତି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ବନ୍ଦା ମିନି ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ୧ ଲକ୍ଷ ଟଙ୍କା ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଦେବାକୁ ଘୋଷଣା କରିଥିଲେ। ପରେ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଗୋତମରା ଦଳ ବିଜେତା ହୋଇଥିଲା।

Share

Leave a Reply