ନାବାଳିକାକୁ ବଳାତ୍କାର, ଜଣେ ଅଟକ

You are currently viewing ନାବାଳିକାକୁ ବଳାତ୍କାର, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଏହି ନାବାଳିକାଙ୍କ ଘର ହଣ୍ତପା ଥାନା ଇଲାକାରେ। ସେ ଜିଲ୍ଲାର ଏକ କଲେଜରେ ପଢ଼ୁଥିବା ବେଳେ ଜରପଡ଼ା ଥାନା ଇଲାକାର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପରେ ସମ୍ପର୍କ ନିବିଡ଼ ହୋଇଥିଲା। ନାବାଳିକା ତାଙ୍କ ପରିବାର ସହ ଅନୁଗୁଳ ପୌରାଞ୍ଚଳରେ ଭଡ଼ା ଘରେ ରହୁଥିଲେ। ତେବେ ଅଭିଯୁକ୍ତ ଯୁବକ ତାଙ୍କ ଘରକୁ ଆସି ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ରବିବାର ନାବାଳିକାଙ୍କ ବାପା ଅନୁଗୁଳ ଥାନାରେ ଲିଖିିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏ ସ˚କ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

Share

Leave a Reply