ଆସନ୍ତା କାଲିଠାରୁ ଅନ୍ତଃ କ୍ଲବ୍ କ୍ରିକେଟ୍ ପାଇଁ ପଞ୍ଜିକରଣ

You are currently viewing ଆସନ୍ତା କାଲିଠାରୁ ଅନ୍ତଃ କ୍ଲବ୍ କ୍ରିକେଟ୍ ପାଇଁ ପଞ୍ଜିକରଣ

ଅନୁଗୁଳ: କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ କୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର କଦମ୍ ପଡ଼ି ଆରେ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ସିନିୟର/୧୯ ବର୍ଷରୁ କମ୍ ଅନ୍ତଃ କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟ୍‌ରୁ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଆଗାମୀ କଳାହାଣ୍ଡି କପ୍ ପାଇଁ ଖେଳାଳି ଚୟନ ହେବ। ତେବେ ଅନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ପାଇଁ ଓସିଏ ଦ୍ବାରା ପରିଚାଳିତ ଅନୁଗୁଳ ଜିଲ୍ଲା କ୍ରିକେଟ କ୍ଲବ୍ ପକ୍ଷରୁ ଆସନ୍ତା ୧୧ ତାରିଖରୁ ଖେଳାଳି ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିରେ କେବଳ ଡିୟୁଜ୍ ବଲ୍‌ରେ ଖେଳୁଥିବା ଓ ଓସିଏ ଦ୍ବାରା ପଞ୍ଜିକୃତ ଖେଳାଳି ଭାଗ ନେଇ ପାରିବେ । ଏଥିରେ ଭାଗ ନେବାକୁ ଇଚ୍ଛୁକ ଖେଳାଳି ଆସନ୍ତା ୧୧ ଓ ୧୨ ତାରିଖରେ କଦମ ପଡ଼ିଆ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଯେଉଁ ଖେଳାଳିମାନେ କୌଣସି କ୍ଲବରେ ଖେଳୁନାହାନ୍ତି, ସେମାନେ ସିଧାସଳଖ ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର କାର୍ଯ୍ୟାଳୟରେ ଉପସ୍ଥିତ ରହି ନାମ ପଞ୍ଚିକରଣ କରିପାରିବେ । ଏହି ଖେଳାଳିମାନଙ୍କୁ ନେଇ ସଂଘ ଏକ ଦଳ ଗଠନ କରିବ ଓ ଖେଳିବାର ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି ପଞ୍ଚିକରଣ ସକାଳ ସାଢ଼େ ୮ଟାରୁ ଅପରାହ୍ନ ଗୋଟାଏ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲୁ ରହିବ। ଖେଳାଳିମାନେ ଏଥିନିମିତ୍ତ ପ୍ରକୃତ ଡିଜିଟାଲ୍ ଜନ୍ମ ପ୍ରମାଣପତ୍ର, ଖେଳାଳିଙ୍କ ଆଧାର କାର୍ଡ, ସ୍ଥାନୀୟ ଆବାସିକ ପ୍ରମାଣପତ୍ର, ସିନିୟର ଦଳ ପାଇଁ ଖେଳାଳି ମାନଙ୍କ ବୟସ ସୀମା ୩୦ କିମ୍ବା ତାଠାରୁ ଅଧିକ ହୋଇନଥିବ। ବାହାର ରାଜ୍ୟର କୌଣସି ପ୍ରମାଣପତ୍ର ଯେପରିକି ଆଧାର କାର୍ଡ କିମ୍ବା ଆବାସିକ ପ୍ରମାଣପତ୍ର ଗ୍ରହଣ କରାଯିବ ନାହିଁ ବୋଲି ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ସାଗରନାଥ ମିଶ୍ର ସୂଚନା ଦେଇଛନ୍ତି।

Share

Leave a Reply