ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କଣିହାଁ ପ୍ରେସ କ୍ଲବ ସଦସ୍ୟ

You are currently viewing ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କଣିହାଁ ପ୍ରେସ କ୍ଲବ ସଦସ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଧରିତ୍ରୀ ଖବରକାଗଜରେ କାର୍ଯ୍ୟରତ ବ୍ଲକ ପ୍ରତିନିଧି ସଚ୍ଚିଦାନନ୍ଦ ପ୍ରଧାନଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଆଜି ସକାଳେ ସେ ବଡହୀରା ସ୍ଥିତ ତାଙ୍କ ବାସଭବନରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେ ଧରିତ୍ରୀ ଖବର କାଗଜରେ ଗତ ୧୬ ବର୍ଷ ଧରି ବ୍ଲକ ପ୍ରତିନିଧି ଭାବେ କାମ କରୁଥିଲେ। ଶ୍ରୀ ପ୍ରଧାନ ଜଣେ ଭଲ ସାମ୍ବାଦିକ ହେବା ସହିତ ତାଙ୍କର ଅମାୟିକ ବ୍ୟବହାର, ସେବା ମନୋଭାବ ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଜନପ୍ରିୟ ଥିଲେ। କଣିହାଁ ପ୍ରେସ କ୍ଲବ ଓ ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ କଣିହାଁର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ତାଙ୍କ ମର ଶରୀରକୁ ପ୍ରଥମେ ପ୍ରଜାମଣ୍ଡଳ ଭବନ ପରିସରକୁ ଅଣାଯାଇଥିଲା ପରେ କଣିହାଁ ପ୍ରେସ କ୍ଲବକୁ ନିଆଯାଇଥିଲା। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ କଣିହାଁ ପ୍ରେସ୍ କ୍ଲବ୍ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି।

Share

Leave a Reply