ଅନୁଗୁଳ: ଧରିତ୍ରୀ ଅନୁଗୁଳ ସଂସ୍କରଣର ବଅଁରପାଳ ପ୍ରତିନିଧି ଉପେନ୍ଦ୍ର ରାଉତଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଜଣ୍ଡିସ ରୋଗରେ ପୀଡିତ ଥିଲେ। ଗତ କାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନାଲକୋ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ବର୍ଗତ ରାଉତ ୨୦୦୫ ମସିହାରେ ଧରିତ୍ରୀରେ ଯୋଗଦାନ କରିଥିଲେ। ଜଣେ ମେଳାପି ବ୍ୟକ୍ତି ଭାବେ ନାଲକୋ ଅଞ୍ଚଳରେ ସେ ସୁପରିଚିତ ଥିଲେ।ବଅଁରପାଳ ସାମ୍ବାଦିକ ସଂଘ ର ମଧ୍ୟ ସେ କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ
- Post published:December 6, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
