ସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ

You are currently viewing ସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ

 

ତାଳଚେର : ରାଜନୈତିକ ଉଦ୍ଦେଶ୍ୟ ରଖି ସଂଘର ଘରକୁ ଭାଙ୍ଗିବାକୁ ବିରୋଧ କରି ଘଣ୍ଟପଡ଼ା ପଞ୍ଚାୟତର ଯୁବକସଂଘ ପକ୍ଷରୁ ପ୍ରାୟ ୫୦ ଜଣ ଯୁବକ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ସୂଚନା ଅନୁଯାୟୀ ଏହି ସଂଘ ବହୁ ପୁରୁଣା। ଏଥିରେ ପ୍ରାୟ ୪ଶହ ଜଣ ସଦସ୍ୟ ଅଛନ୍ତି। ସଂଘ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଏକ ଘର ନିର୍ମାଣ କରିଛନ୍ତି। ତା’ପାଖରେ ସରକାରୀ ଲାଇବ୍ରେରୀ ଓ ଗଜାନନଙ୍କ ମନ୍ଦିର ରହିଛି। ଏହି ସଂଘ ଅନେକ ଜନକଲ୍ୟାଣକାରୀ କାମ ମଧ୍ୟ କରୁଛି।
ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହାକୁ ଭାଙ୍ଗି ଦେବାକୁ କିଛି ଲୋକ ମସୁଧା କରୁଥିବା ବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଉକ୍ତ କ୍ଲବର ଯୁବକମାନେ ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ସହିତ କ୍ଲବ ଘରକୁ ନଭାଙ୍ଗିବାକୁ ନିବେଦନ କରିଛନ୍ତି।

Share

Leave a Reply