ଅନୁଗୁଳ: ଅନୁଗୁଳ ସହରରେ ବୁଲୁଥିବା କିଛି ନାବାଳକଙ୍କୁ ଆଜି ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧିକାରୀ ଉଦ୍ଧାର କରିଛନ୍ତି। ଆଜି ସକାଳେ ୫ ବର୍ଷର ଜଣେ ନାବାଳକ ଏଣେତେଣେ ବୁଲି ଭିକ୍ଷାବୃତ୍ତି କରୁଥିବାର କିଛି ସମାଜସେବୀ ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ନାବାଳକ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛନ୍ତି।
ଉଦ୍ଧାର ହୋଇଥିବା ନାବାଳକ ଜଣକ ଅଣ ଓଡିଆ ହୋଇଥିବା ଜଣାପଡିଛି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଜିଲ୍ଲାରେ ଅଧିକାଂଶ ଭିକ୍ଷାବୃତ୍ତି କରୁଥିବା ଶିଶୁ ମାନଙ୍କୁ ଉଦ୍ଧାର କରାଯାଉଛି। ଏଥିସହ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।