ଶୌଚାଳୟରୁ ୯ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗ୍ରାମବାସୀ

0

ଅନୁଗୁଳ: ବଅଁରପାଳ ବ୍ଲକ ତଳମୂଳ ଶାସନର ନାଉପାଳ ଗାଁର ମୋହନ ଗୋଛାୟତଙ୍କ ଶୌଚାଳୟରୁ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ପାଖାପାଖି ୮-୯ ଫୁଟ ହେବ। ଖବର ପାଇ ପିପୁଲ ଫର ଆନିମଲର ଚେୟାରପର୍ସନ ବିପ୍ଳବ ମହାପାତ୍ର ପହଞ୍ଚି ସ୍ବେଚ୍ଛାସେବୀ ବ୍ରାହ୍ମଜ୍ୟୋତି ମିଶ୍ର ଓ ଗ୍ରାମବାସୀଙ୍କ ସହାୟତାରେ ସାପକୁ ଧରିଥିଲେ। ପରେ ଅନୁଗୁଳ ରେଞ୍ଜର ହରମୋହନ ନାଏକ ଓ ପୁରୁଣା ଗଡ଼ ରେଞ୍ଜରଙ୍କୁ ସୂଚନା ଦେବାରୁ ସେ ନାଉପାଳ ଗାଁ ପାଖ କଂସରା ଜଙ୍ଗଲରେ ସାପକୁ ଛାଡ଼ି ଦେବାକୁ କହିଥିଲେ। ଅଜଗରଟିକୁ ଉକ୍ତ ଜଙ୍ଗଲରେ ଛଡ଼ାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!